ଜଟ ସାରଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତିଚାରଣ ସଭା

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ନିକଟସ୍ଥ ବାଲିଦୋକାନ ବଟେଶ୍ୱର ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଗଣିତ ଶିକ୍ଷକ ସ୍ଵର୍ଗତ ଜଟାଧାରୀ ପ୍ରଧାନ(ଜଟ ସାର) ଙ୍କ ଏକାଦଶାହ ଉପଲକ୍ଷେ ରବିବାର ସଂଧ୍ୟାରେ ପୁରାତନ ଛାତ୍ର ସଂଘ ପକ୍ଷରୁ ସ୍ମୃତିଚାରଣ ସଭା ନିକଟସ୍ଥ କୋତାଙ୍ଗ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ପୂରାତନ ଛାତ୍ର ସଙ୍ଘ ସଭାପତି ତଥା ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମଣ କୁମାର ପଣ୍ଡା ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସ୍ମୃତିଚାରଣ ସଭାରେ ସ୍ଵର୍ଗତ ଜଟ ସାରଙ୍କ ସହକର୍ମୀ ଓ ପୂରାତନ ଛାତ୍ର ମାନେ ଯୋଗଦେଇଥିଲେ। ସହକର୍ମୀ ତଥା ଅବସରପ୍ରାପ୍ତ ଶିକ୍ଷକ ଭୁବନାନନ୍ଦ ବିଶ୍ବାଳ, ସୁରେନ୍ଦ୍ର ନାଥ ବିଶ୍ଵାଳ, ବସନ୍ତ କୁମାର ସ୍ବାଇଁ, ଅବସରପ୍ରାପ୍ତ ସହ ଶିକ୍ଷା ଅଧିକାରୀ ସ୍ଵର୍ଣଲତା ତ୍ରିପାଠି, ଅବସରପ୍ରାପ୍ତ ପାଧ୍ୟାପକ ସୁଧୀର ଚନ୍ଦ୍ର ଭୂୟାଁ, ଶିକ୍ଷକ ପ୍ରତାପ ଚନ୍ଦ୍ର ମହାରଣା, ଚିତ ରଞ୍ଜନ ବିଶ୍ଵାଳ, ପ୍ରବୀଣ କୁମାର ସୁବୁଦ୍ଧି, ରାଜୀବ ଦାସ ଓ ପୂରାତନ ଛାତ୍ର ସାମ୍ବାଦିକ ଜ୍ଞାନ ରଞ୍ଜନ ବିଶ୍ଵାଳ ପ୍ରମୁଖ ଯୋଗଦେଇ ସ୍କୁଲ୍ ଜୀବନର ଅଭୁଲା ସ୍ମୃତିକୁ ମନେପକାଇ ସ୍ମୃତିଚାରଣ କରିଥିଲେ। ସ୍ବର୍ଗତ ପ୍ରଧାନ ଜଣେ ଛାତ୍ର ବତ୍ସଳ, ସରଳ, ସ୍ନେହୀ, ମିଷ୍ଟଭାଷୀ, ପରୋପକାରୀ ଶିକ୍ଷକ ଥିଲେ। ଶିକ୍ଷକତା ଜୀବନରେ ସେ ଜଣେ ଆଦର୍ଶ ଗଣିତ ଶିକ୍ଷକ ଭାବେ ଛାତ୍ରଛାତ୍ରୀ ମାନଙ୍କର ପ୍ରିୟ ହୋଈ ପାରିଥିଲେ। ତାଙ୍କ ଶିକ୍ଷକତା ଜୀବନ ଚିରଦିନ ପାଇଁ ସ୍ମରଣୀୟ ରହିବ ବୋଲି ଉପସ୍ଥିତ ବ୍ୟକ୍ତିବିଶେଷ ମାନେ ମତପୋଷଣ କରିଥିଲେ। ଏଥି ସହିତ ସ୍ଵର୍ଗତ ଶିକ୍ଷକଙ୍କ ଅମର ଆତ୍ମାର ସଦଗତି କାମନା କରି ଗଭୀର ଶୋକ ପ୍ରକାଶ ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ସ୍ବର୍ଗତ ଶିକ୍ଷକଙ୍କ ତିନି ପୁତ୍ର ଜ୍ୟୋତି ରଞ୍ଜନ, ନିହାର ରଞ୍ଜନ ଓ ତୁଷାର ରଞ୍ଜନଙ୍କ ସହ କନ୍ୟା ରୂପା ଓ ପରିବାରର ସମସ୍ତ ସଦସ୍ୟ ଓ ବନ୍ଧୁ ପରିଜନ ମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ