ଜାଗର ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ
ନାଉଗାଁ:ନାଉଗାଁ ବ୍ଲକ ଗଂଗଦାସ୍ଥିତ ମଉଳା ଭଣଜା ମନ୍ଦିରରେ ଜାଗର ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରର ପୂଜକ ବିଚିତ୍ର କୁମାର ପଣ୍ଡାଙ୍କ ଆହ୍ୱାନ କ୍ରମେ ଗଂଗଦା ଗ୍ରାମର ଅଧିକାରୀ ଲେଙ୍କା,ରଂଜିତ କୁମାର ପଣ୍ଡା, ଅକ୍ଷୟ ବିଶ୍ୱାଳ, ଦୁର୍ଯ୍ୟୋଧନ ଜେନା, ରାଜକିଶୋର ପଣ୍ଡା, ପ୍ରର୍ଶୁରାମ ଜେନା, ରାମଚନ୍ଦ୍ର ଓଝା, ରଂଜିତ ପାଳ,ବିଷ୍ଣୁ ବେହେରାଙ୍କ ସମେତ ସ୍ଥାନୀୟ ଗ୍ରାମର ବହୁ ଯୁବକ ସାମିଲ ହୋଇଥିଲେ । ଜାଗର ଉତ୍ସବ ପାଇଁ କି କି କାର୍ଯ୍ୟକ୍ରମ କରାଯିବ ଏହା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।


