ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଡିଡିଟି ଛିଞ୍ଚନ ପାଇଁ ଅନୁରୋଧ କଲେ ଦିଲସେ ଇଣ୍ଡିଆ ଯୁବକ ସଙ୍ଘ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକର ବିଭିନ ପଞ୍ଚାୟତରେ କିଛି ଜାଗରେ କିଛି ବ୍ୟକ୍ତି ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ମୋହନାର ମଧ୍ୟ ଅନେକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ସ୍ଵସ୍ଥ ହୋଇ ଫେରିଛନ୍ତି ହେଲେ ହାଇସ୍କୁଲ ଛକରେ ଡେଙ୍ଗୁରେ ବାରମ୍ବାର ଲୋକେ ଆକ୍ରାନ୍ତ ହେଉଥିବାରୁ ହାଇସ୍କୁଲ ଛକରେ ଥିବା ଦିଲ ସେ ଇଣ୍ଡିଆ ଯୁବକ ସଙ୍ଘର କର୍ମକର୍ତ୍ତା ମାନେ ରବିବାର ଦିନ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଦାଇତ୍ୱରେ ରେ ଥିବା ମେଡ଼ିକାଲ ଅଧିକାରୀ ଆସୁତୋସ ଦାଶଙ୍କୁ ଭେଟି ଡ଼ିଡିଟି ଛିଞ୍ଚନ ପାଇଁ ଅନୁରୋଧ କରିଛନ୍ତି। ଅନ୍ୟ ପଟେ ଡାକ୍ତର ଶ୍ରୀ ଦାଶ କହିଛନ୍ତି ସୋମବାର ଦିନ ମେଡ଼ିକାଲ ଟିମ ଯାଇ ହାଇସ୍କୁଲ ଛକ ରେ ସମସ୍ତଙ୍କୁ ସଚେତନତା କରାଇ ଡିଡିଟି ଛିଞ୍ଚନ କରାଯିବ ବୋଲି କହିଛନ୍ତି।


