ଶିକୁଳିପଦର ସ୍କୁଲ ପରିଦର୍ଶନ କଲେ ଜିଲ୍ଲାପାଳ
ମୋହନା, (ଅଂଶୁମାନ ପଣ୍ଡା):ରାଜ୍ୟ ସରକାରଙ୍କ ଦ୍ୱାରା ୫ଟି ଅଧିନରେ ନିର୍ମାଣ ଚାଲିଥିବା ସ୍ମାର୍ଟ କ୍ଲାସ ଗୃହ ଓ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ଚାଲିଥିବା ମୋହନା ବ୍ଳକ ଅନ୍ତର୍ଗତ ଶିକୁଳିପଦର ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା। ଏହି ବିଦ୍ୟାଳୟକୁ ରାଜ୍ୟ ସରକାର ୫ଟିରେ ଘୋଷଣା କରିବା ପରେ ଦୃତ ଗତିରେ ୪ ମାସ ହେଲା ଚାଲିଛି ବିଦ୍ୟାଳୟର ଉନ୍ନତିକରଣ ।ସ୍ମାର୍ଟ କ୍ଲାସ ଗୃହ ,ବଗିଚା , ହାତ ଧୋଇବା ସ୍ଥାନ , ଶୌଚାଳୟ ଗୃହ ଆଦି ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ । କମ ଦିନ ମଧ୍ୟରେ ଏହା ଉଦଘାଟନ ହେବାକୁ ଥିବାରୁ ବାରମ୍ବାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅନାମ ଚରଣ ପାତ୍ର ଗସ୍ତ କରି ଏହାର ତଦାରଖ କରୁଛନ୍ତି। ବିଦ୍ୟାଳୟରେ କିପରି କାମ ହେଇଛି ଏହାକୁ ଦେଖିବାକୁ ରବିବାର ଦିନ ଜିଲ୍ଲାପାଳ ଶ୍ରୀ ପଣ୍ଡା ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ସ୍ଥାନୀୟ ସରପଞ୍ଚ ରାଧିକା ଦଣ୍ଡସେନା,ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ ଉପସ୍ଥିତ ରହିଥିଲେ। ଏହି କାମର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଛନ୍ତି ଯନ୍ତ୍ରୀ ହରେକୃଷ୍ଣ ସାହୁ। ଜିଲ୍ଲାପାଳ ଗ୍ରସ୍ତ ସମୟରେ ପିଣ୍ଡିକି ସିଧେଶ୍ଵରୀ ମହିଳା ସଂଘକୁ ଦିଆଯାଇଥିବା ୨ଶହଟି କୁକୁଡ଼ା ପାଳନ କେନ୍ଦ୍ର ବୁଲି ଦେଖିଥିଲେ।


