ପାର୍ବଣ ଆଖଡ଼ା ଖେଳ ପାଇଁ ପ୍ରସ୍ତୁତି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ମହାବୀର ଆଖଡା ସଂଘ ପକ୍ଷରୁ ଚଳିତ ବର୍ଷ ପାର୍ବଣରେ ବାଲେଶ୍ୱରର ପାରମ୍ପରିକ ଆଖଡା ଖେଳ ପ୍ରଦର୍ଶନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସହରର ମାକଲପୁରସ୍ଥିତ ମହାବୀର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ବୈଠକରେ ସଂଘର ସଭାପତି ଗୋପୀନାଥ ଶତପଥୀ ସଭାପତିତ୍ୱ କରିଥିଲେ । ସଂଘର ସାଧାରଣ ସମ୍ପାଦକ ମନୋଜ କୁମାର ଦାସ, ଉପ-ସଭାପତି ତଥା କାଉନସିଲର ପଦ୍ମଲୋଚନ ଲେଙ୍କା ଓ ମନୋଜ ରାଉତଙ୍କ ସମେତ ବାଲେଶ୍ୱର ସହରର ବିଭିନ୍ନ ଆଖଡା କମିଟିର କର୍ମକର୍ତାମାନେ ଏଥିରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପରମ୍ପରା ଅନୁସାରେ ଆଗାମୀ ବୀରାଷ୍ଟମୀ ଓ ଦଶହରା ଦିନ ଆଖଡ଼ା ଖେଳ କିଭଳି ଶାନ୍ତି ଶୃଙ୍ଖଳାର ସହ ପ୍ରଦର୍ଶନ ହେବ, ସେ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ଜିଲା ପ୍ରଶାସନ, ପୁଲିସ ଏବଂ ଆଖଡ଼ା କମିଟିର କର୍ମକର୍ତାଙ୍କୁ ନେଇ ଆଉଏକ ବୈଠକ ହେବ ବୋଲି ଏଥିରେ ନିଷ୍ପତ୍ତି ନିଆଯାଇଥିଲା । ଖେଳ ପ୍ରଦର୍ଶନକାରୀ ଯେପରି ନିଶା ସେବନ ନ କରନ୍ତି ସେଥିପ୍ରତି ଗୁରୁତ୍ୱ ଦେବାକୁ ସଂଘ ପକ୍ଷରୁ ପ୍ରତ୍ୟେକ ଆଖଡା କମିଟିର ମୁଖ୍ୟଙ୍କୁ ନିବେଦନ କରାଯାଇଛି । ଚଳିତ ବର୍ଷ ନୂଆ ଦଳ ଭାବେ ଯାଦବ ମହାସଂଘ ଓ ଦୂର୍ଗା ବାହିନୀ ଆଖଡ଼ା ଖେଳ ପ୍ରଦର୍ଶନରେ ସାମିଲ ହେବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ବର୍ଷ ଆଖଡା ଖେଳର ଶ୍ରେଷ୍ଠ ୩ ଦଳ ଓ ଖେଳାଳିଙ୍କ ସହ ୫ଜଣ ମହିଳା ଖେଳାଳିଙ୍କୁ ଲକ୍ଷ୍ମୀପୂଜା ଦିନ ସଂଘ ପକ୍ଷରୁ ପୁରସ୍କୃତ କରାଯିବ ବୋଲି ଏହି ବୈଠକରେ ଘୋଷଣା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା କୃଷ୍ଣ ନାୟକ, ହେମନ୍ତ ମାସନ୍ତ, ମହେଶ ଖଣ୍ଡେଲୱାଲ, କମଳାକାନ୍ତ ନାୟକ, ଦେବେନ୍ଦ୍ର ଦାସ, କୋଷାଧ୍ୟକ୍ଷ ରାଜେନ୍ଦ୍ର ଚାଟାର୍ଜୀଙ୍କ ସମେତ ବହୁ ଆଖଡା ଦଳର ସଦସ୍ୟ ଓ ଖଲିଫା ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ