ବାଲେଶ୍ୱର ପୌରପରିଷଦ ୧୨ନଂ ୱାର୍ଡରେ ବିଜୁ ଜନତା ଦଳର ଘରେ ଘରେ ଶଂଖ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ପୌରପରିଷଦ ୧୨ନଂ ୱାର୍ଡରେ ଅନୁଷ୍ଠିତ ହୋଇଥିଲା ଘରେ ଘରେ ଶଂଖ କାର୍ଯ୍ୟକ୍ରମ। ଏହି ଅବସରରେ ବାଲେଶ୍ବର ବିଧାୟକ ସ୍ବରୂପ କୁମାର ଦାସ ଘରକୁ ଘର ବୁଲି ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣ ଯୋଜନା ବିଷୟରେ ସଚେତନତା କରାଇବା ସହ ଆସନ୍ତା ଜୁନ ୧ ତାରିଖରେ ଉଭୟ ସାଂସଦ ଏବଂ ବିଧାୟକ ପାର୍ଥିଙ୍କୁ ଶଂଖ ଚିହ୍ନରେ ଆଶିର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ତଥା ଆମ ଓଡିଶା ନବୀନ ଓଡିଶା ବାଲେଶ୍ବର ଜିଲ୍ଲା ସଂଯୋଜକ ରଂଜନ ବାଗ, ପୌରପରିଷଦ ଉପାଧ୍ୟକ୍ଷ କୈଳାସ ସେଠୀ,ଟାଉନ ସଭାପତି ସନତ ଦାସ,୧୨ନଂ ୱାର୍ଡ ସଭାପତି ଜଗନ୍ନାଥ ମହାରଣା,ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଧିରେନ ନାୟକ, ନାରୀ ନେତ୍ରୀ ରାଜଲକ୍ଷ୍ମୀ ଚାଟ୍ଟାଜୀ ପ୍ରମୁଖ ସାମିଲ ହୋଇ ବିଜୁ ଜନତା ଦଳ ପାଇଁ ପ୍ରଚାର କରିଥିଲେ।


