ବିନା ସୂୂଚନା ଫଳକ ପ୍ରକଳ୍ପ କାର୍ଯ୍ୟ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଭିତରାମଦା ଗ୍ରାମପଞ୍ଚାତ ଜାରିତାଣ୍ଡି ହାଟ ପଡିଆ ନିକଟରେ ସୂଚନା ଫଳକରେ କିଛି ଉଲ୍ଲେଖ ନଥାଇ ଏକ ଗୃହ ନିର୍ମାଣ ପ୍ରକଳ୍ପ ଚାଲିଥିବା ଦେଖିବାକୁ ମିଳିଛି । ସରକାରୀ ନିର୍ଦ୍ଧେଶାବଳୀ ଅନୁସାରେ ସୂଚନା ଫଳକରେ ପ୍ରକଳ୍ପକାର୍ଯ୍ୟ ସମ୍ବନ୍ଧରେ ସମସ୍ତ ତଥ୍ୟ ଉଲ୍ଲେଖ କରାଯିବା ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବାର ନିୟମ ରହିଛି। ପ୍ରକଳ୍ପ ସମ୍ପର୍କରେ ତଥ୍ୟ ଉଲ୍ଲେଖ କରାଯିବାର ଉଦ୍ଧେଶ୍ୟ ସାଧାରଣ ଲୋକେ ପ୍ରକଳ୍ପ ସମ୍ପର୍କରେ ଜାଣିପାରିବେ ଏବଂ ଏହା ଦ୍ବାରା ଦୂର୍ନିତି ରେ ଅଂକୁଶ ଲାଗିବ। ତେବେ ଉକ୍ତ ନିର୍ମାଣଧିନ ଗୃହରେ ବିମ୍ ରୁ ପିଲ୍ଲର ପାଇଁ ଗୋଟିଏ ଲେଖାଏଁ ଲୁହାଛଡ ଲାଗିଥିବା ଅବସ୍ଥାରେ ଗୃହ ନିର୍ମାଣ ଚାଲିଥିବା ଦେଖିବାକୁ ମିଳିଥିଲା। ଏପରି ଅଜବ ଗୃହ ନିର୍ମାଣ ଦେଖି ସାଧାରଣ’ଙ୍କ ମଧ୍ୟରେ କୌତୁହଳ ଯାତ ହେବା ସହିତ ଦୂର୍ନିତିର ଗନ୍ଧ ବାରି ହେଉଥିଲା। ପରେ ଏନେଇ ବହଳଦା ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀ’ଙ୍କୁ ଯୋଗାଯୋଗ କରା ଯିବାରୁ ସ୍ବଚ୍ଛଭାରତ ମିଶନ୍ ପକ୍ଷରୁ ଆବର୍ଜନା ଏକତ୍ରୀତ କରାଯିବା ନେଇ ୦୩’ (ତିନି) ଲକ୍ଷ ୧୩ (ତେର) ହଜାର ଟଙ୍କାର ଅଟକଳ ମୂଲ୍ୟରେ ଏକ ସେଗ୍ରିଗେସନ୍ ସେଡ୍ ନିର୍ମାଣ ଚାଲୁଥିବା ସୂଚନା ଦେଇଥିଲେ। ଉକ୍ତ ଗୃହରେ ଆଜବେଷ୍ଟସ ଛାତ ଲାଗିବାକୁ ଥିବାରୁ ଛୋଡ ଲଗାଯିବା ନିର୍ଦ୍ଧେଶ ନଥିବା ସତ୍ବେ ଗୋଟିଏ ଲେଖାଏଁ ଲୁହାଡ ଦେଇ କାନ୍ଥ ଉଠାଇବାକୁ ନିର୍ଦ୍ଧେଶ ଦେଇଥିବା କହିଥିଲେ ଯାହା ଫଳରେ ଝଡ ପବନରେ ଯେପରି ଆଜବେଷ୍ଟସ ଛାତ ଉଡି ନଯାଏ। ଏବଂ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ’ଙ୍କୁ ସୂଚନା ଫଳକରେ ପ୍ରକଳ୍ପ ସମ୍ପର୍କରେ ତଥ୍ୟ ଉଲ୍ଲେଖିତ କରିବାକୁ ନିର୍ଦ୍ଧେଶ ଦେଇଥିଲେ। ସ୍ବଚ୍ଛ ଭାରତ ମିଶନ୍ ପକ୍ଷରୁ ପଞ୍ଚାୟତର ବିଭିନ୍ନ ଗ୍ରାମ ଗୁଡିକରୁ ଆବର୍ଜଜନା ଏକତ୍ରୀତ କରାଯିବା ଉଦ୍ଧେଶ୍ୟରେ ଏହି ସେଗ୍ରିଗେସନ୍ ସେଡ୍ ନିର୍ମାଣ କାର୍ଯ୍ୟ ବହଳଦା ପଞ୍ଚାୟତ ସମିତିର ୬`ଟି ପଞ୍ଚାୟତ ଯଥା ଗମ୍ଭାରିଆ, ଶଶ, ଅସନା, ବାସିଙ୍ଗି, ଅଁଳାଯୋଡି ଏବଂ ଭିତରାମଦା ପଞ୍ଚାୟତରେ ଚାଲିଥିବା ଜଣା ପଡିଛି। ତେବେ ବହଳଦା ପଞ୍ଚାୟତ ସମିତି ର ବିଭିନ୍ନ ପଞ୍ଚାୟତ ରେ ଦୂର୍ନିତି ଏବଂ ନିମ୍ନ ମାନର କାର୍ଯ୍ୟ ନେଇ ବାରମ୍ବାର ଅଭିଯୋଗ ହେଉଥିବା ଦେଖିବାକୁ ମିଳୁଥିବାବେଳେ ଦାୟିତ୍ବରେ ଥିବା ଯନ୍ତ୍ରୀମାନେ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରୁନଥିବା ଅଭିଯୋଗ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ