ମୌଳିକ ଅଧିକାରରୁ ବଞ୍ଚିତ ୨୫ ପରିବାର ପାଖରେରେ ପହଁଚିଲା ସ୍ୱାସ୍ଥ୍ୟ ବିଭାଗ ଓ ବ୍ଲକ ପ୍ରଶାସନ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ): ଦୀର୍ଘ ୧୫ବର୍ଷ ହେବ ଅଜଣା ଇଲାକା ଜଙ୍ଗଲ ପାହାଡ଼ ଭିତରେ ୨୫ପରିବାର ବସବାସ କରୁଥିଲେ ମଧ୍ୟ ସରକାରଙ୍କ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି । ଜୀବନ ଜୀବିକା ପାଇଁ ଗଜପତି ଜିଲ୍ଲାର ଗୁଣପୁର ବ୍ଲକ, ନୂଆଗଡ଼ ବ୍ଲକ,ରାୟଗଡ ବ୍ଲକ, ମୋହନା ବ୍ଲକରୁ ଆସି ସାନଖେମୁଣ୍ଡି ବ୍ଲକ ଏସ ଗୋପାଳପୁର ପଂଚାୟତର ପାହାଡ଼ ଜଙ୍ଗଲରେ ରହିଆସୁଥିଲେ ମଧ୍ୟ,ସେମାନଙ୍କ ପାଇଁ ସରକାରୀ ଯୋଜନା ସାତସପ୍ନ ଥିଲା । ଗଂଜାମରେ ରହି ଗଜପତିରୁ ରାସନ ଚାଉଳ ଆଣି ତିନିକିଲୋମିଟର ଜଙ୍ଗଲରେ ଯାଉଥିବାବେଳେ ଆମର ସାନଖେମୁଣ୍ଡି ବ୍ଲକ ପ୍ରତିନିଧି ପଦ୍ମଲୋଚନ ପାଣିଗ୍ରାହୀ ଜାଣିବାକୁ ପାଇଥିଲେ। ଏସ ଗୋପାଳପୁର ପଞ୍ଚାୟତ ଦେଇ ତିନିକିମି ଜଙ୍ଗଲ ରାସ୍ତା ଅତିକ୍ରମ କରି ସେମାନଙ୍କ ମୌଳିକ ସମସ୍ୟା ,ଗମନାଗମନ ଶିକ୍ଷା,ପାନୀୟଜଳ,ସ୍ୱାସ୍ଥ୍ୟ, ବିଦ୍ୟୁତ,ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ଜଙ୍ଗଲ ରେ ୨୫ପରିବାର ଶୀର୍ଷକ ଗତ ୨୭/୦୭/୨୦୨୧ ଖବର କାଗଜ ରେ ପ୍ରକାଶ ପାଇବାପରେ ସବରପଲ୍ଲୀ ର ପରିବାରରୁ ଜଣେ ଲେଖାଏଁ ୩୦ଜଣ ବ୍ୟକ୍ତି ବ୍ଲକ ଏବଂ ଆଡ଼ପଡା ସ୍ୱାସ୍ଥ୍ୟ ବିଭାଗକୁ ଆସି ସମସ୍ୟା ଉପରେ ଦରଖାସ୍ତ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟିମ ସବରପଲ୍ଲୀରେ ପହଁଚି ପ୍ରତ୍ୟେକ ପରିବାରର ରକ୍ତ ନମୁନା ସଂଗ୍ରହ କରିଥିଲେ। କେତେକଙ୍କ ପାଖରେ ମ୍ୟାଲେରିଆ ଦେଖାଯାଇଥିଲା, ସେମାନଙ୍କୁ ମସାରି ଏବଂ ଔଷଧ ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଶାସନିକ ଅଧିକାରୀ । ଏହାପରେ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକଙ୍କ ସହ ସରପଞ୍ଚ ନିରାକାର ପ୍ରଧାନ, ଅବସର ପ୍ରାପ୍ତ ଶିକ୍ଷକ ଭିକାରୀ ଚରଣ ପଟ୍ଟନାୟକ, ସମାଜ ସେବୀ କାଳୀ ଚରଣ ପଟ୍ଟନାୟକ, ଚାଷୀ ଶ୍ୟାମସୁନ୍ଦର ଦୋରା ଜଙ୍ଗଲ ରେ ୩କିମି ରାସ୍ତା ଅତିକ୍ରମ କରି ଏକ ବୈଠକ ର ଆୟୋଜନ କରାଯାଇଥିଲା।ସେମାନଙ୍କ ମୌଳିକ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା।ସରକାରୀ ସୁବିଧା ପାଇବାକୁ ହେଲେ ଗଜପତି ରୁ ଭୋଟର କାର୍ଡ ରୁ ନାଁ ବାଦ ଦେଇ ଗଂଜାମ ସାନଖେମୁଣ୍ଡି ରେ ଯୋଗ କରାଗଲେ ଏଠାରେ ସରକାରଙ୍କ ସମସ୍ତ ସୁବିଧା ଏବଂ ବସୁନ୍ଦରା ଯୋଜନା ରେ ଜଙ୍ଗଲ ଜମିପଟା କରାଗଲେ ଆବାସଯୋଜନା ରେ ସାମିଲ ହୋଇପାରିବେ।ଏବଂ ଏହାସହ ଗଜପତି ରୁ ଗଂଜାମ କୁ ରାସନ କାର୍ଡ କରାଯିବା ନେଇ ବିଡ଼ିଓ ବ୍ରମହପୁର ଉପଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରି ସମସ୍ୟା ର ସମାଧାନ କରିବାପାଇଁ ପ୍ରତିଶ୍ରୁତି ଦେଇଥିଲେ।ଯାତାୟତ ପାଇଁ ଦୁଇଦିନ ମଧ୍ୟ ରେ ରାସ୍ତା କାମ କରିବାପାଇଁ ଏସ ଗୋପାଳପୁର ସରପଞ୍ଚ ନିରାକାର ପ୍ରଧାନ ଏବଂ ଟେକନିକାଲ ଇଂଜିନିୟର ଙ୍କୁ ନିର୍ଦେଶ ଦେଇଥିଲେ। ସାନଖେମୁଣ୍ଡି ବିଡ଼ିଓ ଓ ଏସ ଗୋପାଳପୁର ସରପଞ୍ଚଙ୍କ ମହନୀୟତା ସରକାରୀ ଯୋଜନାରେ ସାମିଲ କରିଥିବାରୁ ସବରପଲ୍ଲୀ ଗ୍ରାମବାସୀଙ୍କ ପକ୍ଷ ରୁ କୃତଜ୍ଞତା ଜଣାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ