ଯୋଗ୍ୟତା ଭିତ୍ତିରେ ଗ୍ରେଡ ପେ ବୃଦ୍ଧି ପାଇଁ ଦାବିକଲା

ହାଟଡ଼ିହି, (ବିକାଶ ବିଶ୍ୱାଳ):ଯେଗ୍ୟେତା ଭିତ୍ତିରେ ଅମଲା ମାନଙ୍କ ଗ୍ରେଡ ପେ ବୃଦ୍ଧି କରିବାକୁ ଦାବି କରିଛି ଓଡିଶା ଅମଲା ସଂଘର କେନ୍ଦୁଝର ଶାଖା । ଆଜି ହାଟଡିହି ବ୍ଲକ ପଞ୍ଚାୟତ ହାଇସ୍କୁଲ ଶାସଙ୍ଗ ଠାରେ ଅନୁଷ୍ଠିତ ଓଡିଶା ଅମଲା ସଂଘ କେନ୍ଦୁଝର ଶାଖାର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ରାଧାକୃଷ୍ଣ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଓଷ୍ଟାର କାର୍ଯ୍ୟକାରିଣୀ ସଦସ୍ୟ ଅନିରୁଦ୍ଧ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ଜିଲ୍ଲା କାର୍ଯ୍ୟକାରୀ ସମ୍ପାଦକ ପ୍ରସନ୍ନ କୁମାର ବେହେରା, ସମ୍ମାନୀତ ଅତିଥି ଭାବେ ଓଷ୍ଟାର ହାଟଡିହି ବ୍ଲକ ସଭାପତି ଶିଶିର କୁମାର ବିଶ୍ୱାଳ ଯୋଗଦେଇଥିଲେ । ଅମଲା ସଂଘର ବରିଷ୍ଠ ସଦସ୍ୟ ମନୋଜ କୁମାର ନାୟକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଅମଲା ମାନଙ୍କର ସମସ୍ୟା ସମ୍ପର୍କରେ ଆଳୋକପାତ କରିଥିଲେ । ଏହି ବୈଠକରେ କେନ୍ଦୁଝର ଜିଲ୍ଲାର କୋଣ ଅନୁକୋଣରୁ ଶତାଧିକ ଅମଲା ମାନେ ଯୋଗଦେଇଥିବାବେଳେ ବିଦୁଭୂଷଣ ସା, ଲଲାଟ କୁମାର ସ୍ୱାଇଁ, ରବିନ୍ଦ୍ର କୁମାର ସେଠୀ, ପ୍ରଦୀପ କୁମାର ସାହୁ, ପୁର୍ଣ୍ଣଚନ୍ଦ୍ର ପୃଷ୍ଟି, ପ୍ରଦୀପ କୁମାର ସ୍ୱାଇଁ, ପ୍ରକାଶ ନାୟକ ପ୍ରମୁଖ ଅମଲା ମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ବିଶେଷକରି ଯୋଗ୍ୟେତା ଭିତ୍ତିରେ ଅମଲା ମାନଙ୍କ ପେ ୯୩୦୦ ଓ ଗ୍ରେଡ ପେ ୪୨୦୦କୁ ବୃଦ୍ଧି କରିବାକୁ ଦାବି କରିଛନ୍ତି । ଯଦି ସରକାର କୌଣସି ପଦକ୍ଷେପ ନନିଅନ୍ତି ତେବେ ଆଗାମି ଦିନରେ ଅମଲାମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ମଚ୍ଛାଳ ହାଇସ୍କୁଲର କନିଷ୍ଠ କିରାଣି ଧର୍ମାଧି ସାହୁ ସଭା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ