ଶାରଦା ବିଦ୍ୟାଳୟ ଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ବନ୍ଧୁ ମିଳନ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶାରଦା ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମହାପାତ୍ରଙ୍କ ସଂଯୋଜନାରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଣମାଧ୍ୟମ ପ୍ରତିନିଧି ପ୍ରକାଶ କିଶୋର ମହାପାତ୍ର, ଦେବେନ୍ଦ୍ର ଆନ୍ଦୀଆ, ଶ୍ୟାମସୁନ୍ଦର ମହାପାତ୍ର, ନରେନ୍ଦ୍ର ସାମଲ, ଦୁର୍ଯ୍ୟୋଧନ ଲେଙ୍କା, ରାଜେନ୍ଦ୍ର କୁମାର ଶତପଥୀ, ଅଜୟ କୁମାର ରାଉତ ପ୍ରମୁଖ ଯୋଗଦେଇ ବିଭିନ୍ନ ଗଠନ ମୂଳକ ବକ୍ତବ୍ୟ ପ୍ରଦାନ କରିଥିଲେ। ସେହିଭଳି ପାର୍ଥ ସାରଥୀ ନାୟକ, ବିକାଶ କୁମାର ବେହେରା, ଦେବୀପ୍ରସାଦ ବାରିକ, ସତ୍ୟବ୍ରତ ପ୍ରଧାନ, ଅଜୟ ପଣ୍ଡା, ମନୋରଞ୍ଜନ ମହାନ୍ତି, ସତ୍ୟବ୍ରତ ଦାସ, ବିଶ୍ୱଜିତ ପଲେଇ ପ୍ରମୁଖ ଯୋଗ ଦେଇଥିଲେ। ଆଚାର୍ଯ୍ୟ ନିର୍ମଳ ସେନାପତି ସାଧାରଣତନ୍ତ୍ର ଦିବସ ଅବସରରେ ଶାରଦା ଵିଦ୍ୟା ମନ୍ଦିର ପକ୍ଷରୁ ଆୟୋଜନ ହୋଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ କୁ ସ୍ୱାଗତ କରିଥିବା ବେଳେ ଶିକ୍ଷାବିତ ପବନ କୁମାର ନାୟକ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ