ଗୋଟିଏ ଦିନରେ ପୃଥକ ପୃଥକ ଅଗ୍ନିକାଣ୍ଡ, ୨ ଗୋରୁ ଜୀବନ୍ତ ଦଗ୍ଧ

ନାଉଗାଁ,:ନାଉଗାଁ ବ୍ଲକର ଗୁରୁବାର ପୃଥକ ଅଗ୍ନିକାଣ୍ଡ ଘଟି ୫ ବଖରାରୁ ଉର୍ଦ୍ଧ ଘର ପୋଡି ପାଉଁଶ ହେବା ସହିତ ୨ଟି ଗୋରୁ ଜୀବନ୍ତ ଦଗଧ ହୋଇଛନ୍ତି । ଖବର ନେବାରୁ ଜଣାଯାଇଛି ଯେ ବାଂଶ ଗ୍ରାମର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କା ଅପନି ଦାସ, ବ୍ରହ୍ମାନନ୍ଦ ଦାସ, ସଂଜୟ ଦାସ, ବିଷ୍ଣୁ ଚରଣ ଦାସଙ୍କ ଘରେ ଅଗ୍ନିକାଣ୍ଡ ଘଟି ୫ବଖରାରୁ ଉର୍ଦ୍ଧ ଘର ଜଳି ଭସ୍ମିଭୁତ ହେବା ସହ ୩ ଲକ୍ଷ ଟଙ୍କାର ଉଦ୍ଦ୍ୱର୍ ଆସବାବପତ୍ର ଜଳି ଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବା ବେଳେ ଖବର ପାଇ ଅଗ୍ନିଶମ ବିଭାଗ କେନ୍ଦ୍ରରୁ ଦମକଳ ଗାଡି ପହଂଚିବା ନିଆଁକୁ ଆୟତ କଲା ବେଳକୁ ପ୍ରାୟ ସବୁ ଜଳି ଯାଇଥିଲା । ସେହିପରି ଘୋଡାଂଶ ପଂଚାୟତ ଚନ୍ଦରପୁର ଗ୍ରାମର ପ୍ରହଲ୍ଲାଦ ଦାସଙ୍କ ଗୁହାଳ ଘରେ ଅଗ୍ନିକାଣ୍ଡ ଘଟି ଦୁଇଟି ଗାଈ ନିଆଁରେ ପୋଡି ହୋଇ ମୃତ୍ୟବରଣ କରିଛନ୍ତି । ସଂଧ୍ୟା ସମୟରେ ମଶା ପାଇଁ ଗୁହାଳ ଧୂଆଁ ଦେଇଥିବା ସମୟରେ ଧୂଆଁରୁ ଏହି ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଅଗ୍ନିଶମ ବିଭାଗ କେନ୍ଦ୍ରକୁ ଖବର ଦିଆଯାଇଥିଲେ ହେଁ ୧ ଘଂଟା ବିଳମ୍ବରେ ଗାଡି ପହଂଚିବାରୁ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା ।ଏପରିକି ବିଭାଗ ପକ୍ଷରୁ ଟ୍ୟାଙ୍କର ଗାଡି ନିଆଯାଇ ନଥିବାରୁ ନିଆଁରେ ପାଣି ପକାଇବା ପାଇଁ ବିଳମ୍ବ ହୋଇଥିଲା । ପାଇପ ଯୋଗେ ପାଣି ପକାଇବାରେ ବିଳମ୍ବ ଘଟାଇବା ଯୋଗୁ ଚାହୁଁ ଚାହୁଁ ଗୁହାଳ ଜଳିଯିବା ସହିତ ଗୋଟିଏ ଗାଈ ଓ ଗୋଟିଏ ବାଛୁରୀ ଜୀବନ୍ତ ଦଗ୍ଦ ହୋଇଯାଇଥିଲେ ।ଯାହାଫଳରେ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଥିଲା । ଏ ବିଷୟରେ ଅଗ୍ନିଶମ ବିଭାଗର ଭାରାପ୍ରାପ୍ତ ଅଧିକାରୀ ଅର୍ଜ୍ଜୁନ ନାୟକଙ୍କୁ ପଚାରିବାରେ ଟ୍ୟାଙ୍କରରେ ପାଣି ମହଜୁଦ ଥିଲା ହେଲେ ଗାଡି ହଠାତ ଷ୍ଟାର୍ଟ ନହେବାରୁ ଆମେ ଅନ୍ୟ ଗାଡି ନେଇ ଘଟଣା ସ୍ଥଳକୁ ଯାଇଥିଲୁ ବୋଲି ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ