ଏଆଇକେକେଏମଏସ ପକ୍ଷରୁ ଜାତୀୟ କୃଷି ବିଲ୍ ୨୦୨୦ ଦଲିଲ୍ ପୋଡି

ନାଉଗାଁ,(ଓ୍ବାଇଏନ୍ଏସ୍): ସଂସଦରେ ବିନା ତର୍ଜମାରେ ପାରିତ ୩ଟି କୃଷକ ବିରୋଧି କୃଷି ବିଲ୍‌-୨୦୨୦ର ଦଲିଲ୍‌କୁ ସାରା ଦେଶରେ ପୋଡା ଯାଉଛି । ଏଥିରେ ଘରୋଇ ମଣ୍ଡି ଆଇନ୍ ବାତିଲ, ଚୁକ୍ତି ଚାଷ ଆଇନ୍ ବାତିଲ, ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନକୁ ବାତିଲ ଆଦି ଦାବି ରହିଛି । ଏହି ପରିପ୍ରକ୍ଷୀରେ ନାଉଗାଁ ବ୍ଲକ ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ଶାଖା ପକ୍ଷରୁ ନାଉଗାଁ ବ୍ଳକର ମୁଣ୍ଡାଳୋ ବଜାର, ଅଲଣାହାଟ, କଂଟୁଣିଆହାଟ, ଜଳେଶ୍ୱରପଡା ଆଦି ସ୍ଥାନରେ ପ୍ରତିବାଦ ସଭା ସହିତ ଦଲିଲ୍ କୁ ପୋଡି ଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଗଠକ ସୁବାସ ସ୍ୱାଇଁ, ମହେଶ୍ୱର ଦାସ, ବସନ୍ତ ମଲ୍ଲିିକ, ଆର୍ତ ଦାସ, ରଘୁନାଥ ଦାସ, ଅଜିତ କାଣ୍ଡି, କାଳନ୍ଦି ସେଠୀ, ପରି ଓଝା, ଦୁର୍ଯ୍ୟୋଧନ ଓଝା, ରେଶୀ ଦେଇ, ଅମରେଶ୍ୱର ଦାସ, ବଟକୃଷ୍ଣ ଭୋଇ, ସୁରେନ୍ଦ୍ର ଭୋଇ, ବାବାଜୀ କାଣ୍ଡି ପ୍ରମୁଖ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ