ହିଞ୍ଜିଳିରେ ଉପଜିଲ୍ଲାପାଳଙ୍କ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାରେ ୧୧ଟି ଚିକିତ୍ସାଳୟରେ ବହୁ ପ୍ରତୀକ୍ଷିତ ଟୀକା କାର୍ଯ୍ୟକ୍ରମ ଶନିବାରଠାରୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି।ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ବ୍ଲକ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ଅନୀଲ କୁମାର ରଥଙ୍କ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଟୀକାକରଣ କାର୍ଯ୍ୟ ଶୁଭାରମ୍ଭ କରିଥିଲେ।ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ଓ ତହସିଲଦାର ପ୍ରଭାତ କୁମାର ପରିଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।ପ୍ରଥମ ପର୍ଯ୍ୟାୟରେ ସମ୍ପୃକ୍ତ ଚିକିତ୍ସାଳୟରେ ୨୦୦ ଟୀକା ପ୍ରଦାନର ବ୍ୟବସ୍ଥା କରାଯାଇଛି।ଏହି ଉପଲକ୍ଷେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି।ପ୍ରଥମେ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମୃତ୍ୟୁଞ୍ଜୟ ପାଣିଗ୍ରାହୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା।କୋଵୀନ ପୋର୍ଟାଲରେ ନାମ ପଞ୍ଜିକୃତ କରାଗଲା ପରେ ତାଙ୍କୁ କୋଭିଡ ଟୀକା କୋଭିସିଲଡ଼ ଦିଆଯାଇଥିଲା।ପରେ ଟୀକାକରଣ ଅଧିକାରୀ ଡାକ୍ତର ସସ୍ମିତା ବେହେରାଙ୍କ ଅଧୀନରେ ଥିବା ଟୀକାକରଣ ପରେ ପାର୍ଶ୍ଵ ପ୍ରତିକ୍ରିୟା ଗୃହ ଠାରେ ତାଙ୍କୁ ୩୦ ମିନଟ ଯାଏଁ ନିରୀକ୍ଷଣ ପାଇଁ ରଖାଯାଇଥିଲା।ଯଦି କୌଣସି ଲକ୍ଷଣ ପ୍ରକାଶ ପାଏ ତେବେ ଟୀକା ନେଇଥିବା ସ୍ୱାସ୍ଥ୍ୟ କର୍ମୀକୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି।ପରେ ଗଣ୍ଡଳା,ବେଲଗାଁ ଓ ଦୟାନିଧିପୁର ଉପସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଅବଶିଷ୍ଟ ୯୬ ଜଣ ସ୍ୱାସ୍ଥ୍ୟକର୍ମଚାରୀଙ୍କୁ ଟୀକା ଦିଆ ଯିବାର ବ୍ୟବସ୍ଥା କରାଯାଇଛି।ସମ୍ପୃକ୍ତ ଡାକ୍ତରଖାନାରେ ନିୟୋଜିତ ଥିବା ଡାକ୍ତର ସସ୍ମିତା ବେହେରା, ଡାକ୍ତର ଅଙ୍କିତା ଦାଶ, ବିପିଏମ ଶଶାଙ୍କ ପଣ୍ଡା,ଆୟୁଷ ଡାକ୍ତର ପୁଷ୍ପାଞ୍ଜଳି ପ୍ରଧାନ ଓ ସରୋଜିନୀ ମିଶ୍ର, ହିସାବ ରକ୍ଷକ ସନ୍ତୋଷ କୁମାର ସାହୁ,ଫାର୍ମାସିଷ୍ଟ ସୁବାସ ଚନ୍ଦ୍ର ପଣ୍ଡା, ପ୍ରଫୁଲ କୁମାର ପ୍ରଧାନ,ତିଲୋତ୍ତମା ଦାଶ, କାମିନୀ ଖଲସିଙ୍ଗ, କାଳି ଚରଣ ପାଣିଗ୍ରାହୀ,ମନୋରଞ୍ଜନ ପ୍ରଧାନଙ୍କ ସମେତ ଆଶା ଓ ଏଏନଏମଙ୍କୁ କୋଭିସିଲଡ଼ ଟୀକା ଦେବାର ବ୍ୟବସ୍ଥା କରାଯାଇଛି।ଉପଜିଲ୍ଲାପାଳ,ବିଡ଼ିଓ ଓ ତହସିଲଦାର ଟୀକାକରଣ କାର୍ଯ୍ୟକ୍ରମକୁ ବିଧିବଦ୍ଧ ଭାବେ ତଦାରଖ କରିଥିଲେ।ପରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଓ କଞ୍ଚୁରୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଟୀକା ଦିଆ ଯିବାର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି।ହିଞ୍ଜିଳି ବ୍ଲକର ୩ ଟି ଚିକିତ୍ସାଳୟରେ କୋଭିସିଲଡ଼ ଟୀକାକରଣ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ