ଅଚାନକ ଗ୍ରସ୍ତ କରି ସ୍ମାର୍ଟ ସ୍କୁଲ କାର୍ଯ୍ୟ ସମୀକ୍ଷା କଲେ ପ୍ରକଳ୍ପ ନିର୍ଦ୍ଧେଶକ

ନିମାପଡ଼ା, (ସନ୍ତୋଷ ଦାଶ):କେତେ ସ୍ମାର୍ଟ ହୋଇଛି ହାଇସ୍କୁଲ , କେତେ ସ୍ମାର୍ଟ ହୋଇଛି କ୍ଲାସ।ଡିଜିଟାଲ ଦୌଡ଼ ରେ କେଉଁଠି ପହଁଚିଛି ଆଜିର ପାଠପଢା। କ୍ଲାସ ରୁ ଲାଇବ୍ରେରୀ ଗୋଟି ଗୋଟି କରି ତଦାରଖ କରିଛନ୍ତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେଶକ ଜୋତି ଶଙ୍କର ମହାପାତ୍ର ।ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିବାକୁ ଆସିଥିବା ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅଚାନକ ଅସ୍ତରଙ୍ଗ ପଂଚାୟତ ର ଅସ୍ତରଙ୍ଗ ଉଚ୍ଚ ବିଦ୍ୟାଳୟ କୁ ପରିଦର୍ଶନ ରେ ଯାଇଥିଲେ।ରାଜ୍ୟ ସରକାର ସ୍ମାଟ ବିଦ୍ୟାଳୟ ରୂପାନ୍ତରଣ ପ୍ରକ୍ରିୟା ରେ ଏହି ଉଚ୍ଚ ବିଦ୍ୟାଳୟ କୁ ସାମିଲ କରିଛନ୍ତି । ସ୍ମାଟ ବିଦ୍ୟାଳୟ ରେ କିପରି ସ୍ମାଟ କ୍ଲାସ ରୁମ ରେ ପାଠପଢା ଚାଲିଛି ଏହା କୁ ତଦାରଖ କରିଥିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେଶକ ଜୋତି ଶଙ୍କର ମହାପାତ୍ର। ତାଙ୍କ ସହ ଅତିରିକ୍ତ ବିଡ଼ିଓ, ନିର୍ବାହୀ ଯନ୍ତ୍ରୀ ଙ୍କ ସହ ସ୍ଥାନୀୟ ଜନ ପ୍ରତିନିଧି ସ୍ମାଟ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟ ପାରିପାର୍ଶ୍ୱକ ସ୍ଥିତି ଅନୁଧ୍ୟାନ କରିବା ସହ ଉଭୟ ଛାତ୍ର, ଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କ ସହ ଆଲୋଚନା କରିଥିଲେ। ସ୍ମାଟ ବିଦ୍ୟାଳୟ ରେ ପାଠ ପଢା ହେତୁ ଛାତ୍ର ଛାତ୍ରୀ ମାନେ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ଦେଇଛନ୍ତି।ସ୍ମାଟ ବିଦ୍ୟାଳୟ ସାମିଲ ହେବା ପରେ ସ୍କୁଲ କ୍ୟାମ୍ପସ ଆଧୁନିକକରଣ ହୋଇଥିବା ବେଳେ ଡିଜିଟାଲ ହୋଇଛି କ୍ଲାସ ରୁମ ଓ ଲାଇବ୍ରେରୀ। ସେହିଭଳି ଆକର୍ଷଣୀୟ ହୋଇଛି ଖେଳ ପଡିଆ।ଆଶା ରହିଛି ଏହା ହିଁ ପିଲାଙ୍କୁ ବାନ୍ଧି ରଖିବ ପାଠ ପଢାରେ। ଆଉ ପ୍ରତିଯୋଗୀତା ରେ ପିଲା ରହିବେ ଆଗରେ।ତାହା ସହ ବିଦ୍ୟାଳୟ ପରିସରରେ ପୁଷ୍ପ ବୃକ୍ଷ ରୋପଣ କରିବା ସହ ବିଦ୍ୟାଳୟ କ୍ୟାମ୍ପସ କୁ ନିୟମିତ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ପ୍ରଧାନଶିକ୍ଷକ ଙ୍କୁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେଶକ ଜୋତି ଶଙ୍କର ମହାପାତ୍ର ନିର୍ଦ୍ଧେଶ ଦେଇଥିଲେ।ପ୍ରକଳ୍ପ ନିର୍ଦ୍ଧେଶକ ଙ୍କ ଅଚାନକ ଗ୍ରସ୍ତ ସମୟରେ ତାଙ୍କ ସହ ସାମିଲ ଥିଲେ ଅସ୍ତରଙ୍ଗ ବ୍ଲକ ଉପାଧ୍ୟାକ୍ଷ ଦୃଜୟ ମିଶ୍ର, ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡି ଓ ଅସ୍ତରଙ୍ଗ ପଂଚାୟତ ପୂର୍ବତନ ସମିତିସଭ୍ୟ ଦିବାକର ଛାଟୋଇ । ଏହି ସ୍କୁଲ ରେ ଜଣେ ମାତ୍ର ଚତୁର୍ଥଶ୍ରେଣୀ କର୍ମଚାରୀ ରହିଥିବାରୁ ଏତେବଡ଼ କ୍ୟାମ୍ପସ କୁ ତଦାରଖ, ପରିଷ୍କାର ପରିଚ୍ଛନ୍ନ ରଖିବା କଷ୍ଟକର ହୋଇପଡୁଛି ବୋଲି ପ୍ରଧାନ ଶିକ୍ଷକ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ