ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ନିର୍ଦ୍ଦେଶକଙ୍କ କର୍ମଶାଳା

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଗଞ୍ଜାମ ଜିଲ୍ଲାପରିଷଦ ଋଷିକୁଲ୍ୟା ସମ୍ମିଳନୀ କକ୍ଷ ପରିସରରେ ଓକେସିଏଲ ପକ୍ଷରୁ “ଜ୍ଞାନ କେନ୍ଦ୍ର ମାଧ୍ୟମରେ ଅର୍ଥନୈତିକ ଓ ସାମାଜିକ ନେତୃତ୍ବ ଗଠନ” ଶୀର୍ଷକ କର୍ମଶାଳାର ଆୟୋଜନ କରାଯାଇଥିଲା। ଏଥିରେ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକରୁ ଶହେ ଜଣ ମହାବିଦ୍ୟାଳୟର ଅଧ୍ୟକ୍ଷ/ ଅଧ୍ୟକ୍ଷାଙ୍କ ସମେତ ମହାବିଦ୍ୟାଳୟର ନିର୍ଦ୍ଦେଶକ ମାନେ ମଧ୍ଯ ସାମିଲ ହୋଇଥିଲେ। ସାଂପ୍ରତିକ ସାମାଜିକ ସ୍ଥିତିରେ ଓଡିଶାର ଯୁବ ପିଢୀ ରାଜ୍ୟ, ଜାତୀୟ ତଥା ଆନ୍ତର୍ଜାତିକ ସ୍ତରରେ ଚାକିରି / ରୋଜଗାର ସୁଯୋଗ ପାଇବା ନେଇ ଯେଉଁ ପ୍ରତିଶ୍ପର୍ଦ୍ଧାର ସମ୍ମୁଖୀନ ହେଉଛନ୍ତି ତାହାର ସଫଳ ମୁକାବିଲା କରିବା ନିମନ୍ତେ ଓକେସିଏଲ ପକ୍ଷରୁ ଯେଉଁ ଉଦ୍ୟମ ଆରମ୍ଭ ହୋଇଛି ସେଥିରେ ଗଞ୍ଜାମ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ଗୁଡ଼ିକ ସାମିଲ ହେବାକୁ ଓକେସିଏଲ ପକ୍ଷରୁ ଆହ୍ଵାନ ଦିଆଯାଇଥିଲା। ଓକେସିଏଲର ଗଞ୍ଜାମ ଜିଲ୍ଲାର ମୁଖ୍ଯ ଏସ. ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାକୁ ବରିଷ୍ଠ ଶିକ୍ଷାବିତ ତଥା ଖଲ୍ଲିକୋଟ ରାମଚନ୍ଦ୍ର ମର୍ଦ୍ଦରାଜ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବିମଳ ପ୍ରସାଦ ସାହୁ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିବା ବେଳେ ଓକେସିଏଲର ବରିଷ୍ଠ ଅଧିକାରୀ ଡକ୍ଟର କଲ୍ୟାଣ ପ୍ରସାଦ ଦାଶ ଓ କାର୍ଯ୍ୟକ୍ରମ ପରିଚାଳକ ସୁଶାନ୍ତ ଜେ ଦାଶ କର୍ମଶାଳା ଆୟୋଜନର ଉଦ୍ଦେଶ୍ଯ ଓ ସଫଳ ରୂପାୟନ ସମ୍ପର୍କରେ ବିଶେଷ ଭାବେ ଆଲୋକପାତ କରିଥିଲେ। ଉପସ୍ଥିତ ଅଧ୍ୟକ୍ଷ ଓ ନିର୍ଦ୍ଦେଶକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ଏକ ଗଠନମୂଳକ ଆଲୋଚନା ହୋଇଥିଲା। ଓକେସିଏଲର ଏହି “ନଲେଜ ସେଣ୍ଟର” ପରିକଳ୍ପନାକୁ ସମସ୍ତେ ଉଚ୍ଛ୍ବସିତ ପ୍ରଶଂସା କରିବା ସହ ଏହି ପଦକ୍ଷେପ ସହ ଜଡିତ ହେବାକୁ ଆଗ୍ରହ ପ୍ରକାଶ କରିଥିଲେ। ଓକେସିଏଲର ଗଜପତି ଜିଲ୍ଲାର ମୁଖ୍ଯ ଶ୍ରୀକାନ୍ତ ମହାନ୍ତି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ