ଓରାଳି ଛକକୁ ନେଇ ବିବାଦ ତେଜିଲା, ପ୍ରଶାସନର ହସ୍ତକ୍ଷେପ ଦାବି କଲେ ୭ଟି ପଞ୍ଚାୟତର ପ୍ରତିନିଧି
ହାଟଡ଼ିହି, (ବିକାଶ ବିଶ୍ୱାଳ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର-ଭଦ୍ରକ ରାସ୍ତାର ଓରାଳି ଛକକୁ ନେଇ ଓରାଳି ଓ ଭଦ୍ରକ ଜିଲ୍ଲା ଆପଣ୍ଡା ମଧ୍ୟରେ ବିବାଦ ଦେଖା ଦେଇଛି । କେଉଁ ଆବାହମାନ କାଳରୁ ଏହି ଛକଟି ଓରାଳି ଛକ ନାମରେ ନାମକରଣ ହୋଇଥିବାବେଳେ ଏବେ ଭଦ୍ରକ ଜିଲ୍ଲାର ଆପଣ୍ଡା ଗ୍ରାମର ଲୋକମାନେ ଏହା ଆପଣ୍ଡା ଗ୍ରାମର ରାଜସ୍ୱ ସୀମାରେ ଥିବାରୁ ଏହାକୁ ଆପଣ୍ଡା ଛକ ଭାବରେ ନାମକରଣ କରାଯିବାକୁ ଦାବି କରାଯାଉଛି । ଯାହାକୁ ନେଇ ଉଭୟ ଗ୍ରାମରେ ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ଆଜି ଓରାଳି ରାମନବମୀ ପଡିଆରେ ୭ଟି ପଞ୍ଚାୟତର ଲୋକପ୍ରତିନିଧିଙ୍କ ସହିତ ଓରାଳି ଗ୍ରାମର କିଛି ଲୋକ ଏକଯୁଟ ହୋଇ ଏହାର ଦଢ଼ ପ୍ରତିବାଦ କରିବା ସହିତ ତୁରନ୍ତ ଉଭୟ ଜିଲ୍ଲାର ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବାକୁ ସେମାନେ ଦାବି କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ଆନନ୍ଦପୁର ଭଦ୍ରକ ରାସ୍ତାର ସୀମାନ୍ତରେ ପୁର୍ତ୍ତ ବିଭାଗର ରାସ୍ତାରେ ଓରାଳି ଅଞ୍ଚଳକୁ ଯିବାକୁ ଥିବା ରାସ୍ତାକୁ ଓରାଳି ଛକ ଭାବରେ ନାମିତ କରାଯାଇଛି । ଏହି ଛକରେ ଓରାଳି ଠାରୁ ହାବଳେଶ୍ୱର ପର୍ଯ୍ୟନ୍ତ ଯିବାକୁ ଥିବା ଓରାଳି, କଳିଗାଁ, ଅଁରା, ଶାଳଣିଆଁ, ଗେଡମା, ହାବଳେଶ୍ୱର, ଷଡଙ୍ଗ, ଡଅଁର ପ୍ରଭୃତି ପଞ୍ଚାୟତର ଶତାଧିକ ଲୋକ ଯାତାୟତ କରିଥାନ୍ତି । ଏଥିପାଇଁ ୪୦/୫୦ବର୍ଷ ପୁର୍ବେ ଓରାଳି ଛକରେ ଏକ ଯାତ୍ରୀ ବିଶ୍ରାମାଗାର ନିର୍ମାଣ କରାଯାଇ ଥିଲା । ଯେଉଁଥିରେ ଏ ଅଞ୍ଚଳର ଯାତ୍ରୀମାନେ ବିଶ୍ରାମ ନେବା ସହିତ ବସକୁ ଅପେକ୍ଷା କରିଥାନ୍ତି । କିନ୍ତୁ ଗତ ଆନନ୍ଦପୁର-ଭଦ୍ରକ ରାସ୍ତା ନିର୍ମାଣ ସମୟରେ ଏହି ବିଶ୍ରାମାଗାରଟି ଭାଙ୍ଗିରୁଜି ଯିବା ସହ ବହୁ ତଳିଆ ହୋଇଯିବାରୁ ଓରାଳି ପଞ୍ଚାୟତ ପକ୍ଷରୁ ଏହାର ପୁନଃନିର୍ମାଣ କରାଯିବା ସହ ଓରାଳି ଛକରେ ଆଲୋକି କରଣ କରାଯାଇ ଯାତ୍ରୀ ମାନଙ୍କ ପାଇଁ ପରିଶ୍ରାଗାର ଓ ପାନୀୟଜଳର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । କିନ୍ତୁ କିଛି ଯୁବକ ଏଠାରେ ନିୟମିତ ବସି ତାସ ଖେଳିବା, କଲେଜ ଛାତ୍ରୀ ମାନଙ୍କୁ କମେଟ ମାରିବା ଭଳି ଘଟଣାରେ ଓରାଳି ଗ୍ରାମର କିଛି ବ୍ୟକ୍ତି ସେମାନଙ୍କ ଏପରି କାର୍ଯ୍ୟକୁ ବାରଣ କରିବାପରେ ଆପଣ୍ଡା ଗ୍ରାମର କିଛି ଲୋକ ଏହା ଆପଣ୍ଡା ଛକ ତେଣୁ ଏଠାରୁ ଓରାଳି ଛକ ଲେଖାଥିବା ସମସ୍ତ ସାଇନବୋର୍ଡକୁ ହଟାଇବାକୁ ଲାଗିପଡିଛନ୍ତି । ଏପରିକି ସାଇନବୋର୍ଡ ଲଗାଉଥିବା କିଛି କମ୍ପାନୀ କର୍ମଚାରୀଙ୍କୁ ପିଟାମରା ମଧ୍ୟ କରିଥିବା ଏପରିକି ଏବେ ସେଠାରେ ଥିବା ବିଶ୍ରମାଗାର ଗଅହଟିକୁ ଭାଙ୍ଗି ଦେବାପାଇଁ ଯୋଜନା ଚାଲିଛି ବୋଲି ଓରାଳି ପଞ୍ଚାୟତର ସରପଞ୍ଚ ହରିଶ୍ଚନ୍ଦ୍ର ଜେନା ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସମସ୍ତ ସରକାରୀ ରେକର୍ଡରେ ଏହା ଓରାଳିଛକ ବୋଲି ଉଲେଖ ରହିଛି । ଏପରିକି ଏବେ ମଧ୍ୟ ଆପଣ୍ଡା ଗ୍ରାମରେ ଓରାଳି ଛକ ଦେଢ଼ କିଲୋମିଟର ସାଇନବୋର୍ଡ ମଧ୍ୟ ଲଗାହୋଇ ଅଛି । ତେଣୁ ଏଭଳି ଯୁକ୍ତି କରିବା କେବଳ ଦୁଇ ଗ୍ରାମ ମଧ୍ୟରେ ବିବାଦ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ବୋଲି ସମାଜସେବୀ ଶୁଧାଶୁଂ ଦକ୍ଷିଣରାୟ କହିଛନ୍ତି । ଆଜି ମନ୍ଦିର ପଡିଆରେ ଓରାଳି ସରପଞ୍ଚ ହରିଶ୍ଚନ୍ଦ୍ର ଜେନା, ହାବଳେଶ୍ୱର ପଞ୍ଚାୟତର ସରପଞ୍ଚ ରମାକାନ୍ତ ନାୟକ, ଗେଡମାସରପଞ୍ଚଙ୍କ ପ୍ରତିନିଧି ସୁରେନ୍ଦ୍ର କାଣ୍ଡି, ଅଁରା ସରପଞ୍ଚଙ୍କ ପ୍ରତିନିଧି ବିଶ୍ୱନାଥ ବେହେରା, କଳିଗାଁ ସରପଞ୍ଚଙ୍କ ପ୍ରତିନିଧି ପିତବାସ ଜେନା, ଶାଳଣିଆଁ ସରପଞ୍ଚଙ୍କ ପ୍ରତିନିଧି ସମାଜସେବୀ ଯୋଗେନ୍ଦ୍ର ବେହେରା, ସୁଧାଶୁଂ ଦକ୍ଷିଣରାୟ, ମାନସ କୁମାର ଜେନା, ଶିବପ୍ରସାଦ ରାଉତ, ପ୍ରତାପ ରାଉତ, ଭିକାରୀ ରାଉତ, ଦାମୋଦର ସା, ପ୍ରଫୁଲ ଭୋଇ, ଶୁଭମ ରାଉତ, ସୁବ୍ରତ ସାମଲ, ରଞ୍ଜନ ସାମଲ, ଉତ୍ସବ ଜେନା, ଗୋବର୍ଦ୍ଧନ ଜେନା, ଶ୍ରୀକାନ୍ତ ସା, ଶରତ ପରିଡା, ସନତ ଜେନା, ଶରତ ମଲ୍ଲିକ, ଗୟାଧର ସା, କାଳନ୍ଦୀ ଜେନା, ଶଶିକାନ୍ତ ନାୟକ, ମୁକ୍ତିକାନ୍ତ ନାୟକ, ଜିତେନ୍ଦ୍ର ଜେନା, କାବୁଲି ନାୟକ, ମଣ୍ଟୁ ବେହେରା, ଅର୍ଜନ ଜେନା, ମାନ ଜେନା, ଭାଗିରଥି ନାୟକଙ୍କ ସମେତ ଶତାଧିକ ଲୋକ ଏକଯୁଟ ହୋଇ ଏହାର ଦ୍ୟଢ଼ ବିରୋଧ କରିବା ସହିତ ଏହି ବିବାଦର ସମାଧାନ ପାଇଁ ଉଭୟ ଜିଲ୍ଲାର ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରୁ ବୋଲି ସେମାନେ ଦାବି କରିଛନ୍ତି ।


