ଧଳା ଜହର କବ୍ଜାରେ ଯୁବପିଢ଼ି

ଜଗତସିଂହପୁର,(ଅନସୂୟା ରାଉତ): ଜଗତସିଂହପୁର ଜିଲ୍ଲାର ୮ଟି ବ୍ଲକରେ ଧଳାଜହର ସେବନ ଓ ବେପାର ବଢି ଚାଲିଛି ବୋଲି ସୂଚନା ମିଳିଛି । କୋଭିଡ୍ କଟକଣା ଯୋଗୁଁ ବାହାର ରାଜ୍ୟରେ କାମ କରୁଥିବା ଯୁବ ପିଢି ଗାଁକୁ ଫେରିଛନ୍ତି । ବାହାରେ ଥିବା ବେଳେ ଟିକିଏ ଟିକିଏ ଧଳା ଜହର ଅଭ୍ୟାସ ରଖିଥିଲେ । ଏବେ ସେହି ଅଭ୍ୟାସ ସାଙ୍ଗ ସାଥି ମାନଙ୍କ ସହିତ ରହୁଅଛି । ଗାଁର ଗୋଟିଏ ଧଳାଜହର ଅଭ୍ୟସ୍ତ ଯୁବକ ଆଉ ତିନି ଚାରି ଜଣ ନିଶାଡି ତିଆରି କରିବା ସହିତ ଧଳା ଜହର ବେପାର କରିବାର ନଜିର ଦେଖିବାକୁ ମିଳୁଛି । ସେପରି ବେପାରୀ ସାଧାରଣରେ ଧରାପଡିବାର ସମ୍ଭାବନା କମ୍ ରହିଥାଏ । କାରଣ ଧଳାଜହର ଏକ ଗ୍ରାମ୍ ପିଛା ହଜାର ହଜାର ଟଙ୍କା ହୋଇଥିବା ଜଣାଯାଏ । ଏବେ ଜିଲ୍ଲାର ଯୁବପିଢି ଧଳାଜହର କବଜାରେ ପଡିଥିବାର ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ