ମହିଳା ଓ ତାଙ୍କ ଝିଅଙ୍କୁ ଅମାନୁସିକ ଅତ୍ୟାଚାର; ଥାନାରେ ଏତଲା

ଯୋଡା, (ସମୀର କୁମାର ଦାସ) : କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ବାଉଁଶପାଣି ଅଂଚଳର ଜଣେ ମହିଳା ଓ ତାଙ୍କ ଝିଅଙ୍କୁ ଅମାନୁସିକ ଅତ୍ୟାଚାର କରାଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ବାଉଁଶପାଣି ଅଂଚଳର ସୁରେନ୍ଦ୍ର କୁମାର ନାୟକଙ୍କ ପତ୍ନୀ ସରଣି ନାୟକଙ୍କୁ ଗତ ତା-୨୯.୧୧.୨୦୨୦ରିଖ ଅପରାହ୍ନ ୪ ଘଟିକାରେ ଯୋଡା ସହରର ଭଞ୍ଜହଟିଂ ର ତିନିଜଣ ଯୁବକ କୌଣସି କାରଣ ନଥାଇ ତାଙ୍କ ଘର ଭିତରକୁ ପଶି ତାଙ୍କୁ ଏବଂ ତାଙ୍କ ଝିଅଙ୍କୁ ଅଶାଭ୍ୟ ଭାଷାରେ ଗାଳି ଗୁଳଜ କରିବା ସହିତ ଢେଲା ପଥର ମାଡ କରିଥିଲେ । ଉକ୍ତ ତିନିଜଣ ଯୁବକ ଅତ୍ୟଧିକ ମଦ୍ୟପାନ କରି ସରଣୀ ନାୟକ ଓ ତାଙ୍କ ଝିଅଙ୍କୁ ଟଣା ଅଟରା ମଧ୍ୟ କରିଥିଲେ । ସରଣି ନାୟକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଏହି ପରି ବହୁବାର ତାଙ୍କ ପରିବାର ସଦସ୍ୟଙ୍କ ଉପରେ ଆକ୍ରମଣ କରିବା ସହିତ ତାଙ୍କ ଅବିବାହିତ ଝିଅଙ୍କୁ ଉଠାଇନେବାକୁ ଉଦ୍ୟମ କରାଯାଇଛି । ସେମାନଙ୍କ ଆକ୍ରମଣରେ ସରଣି ନାୟକ ଆହତ ହୋଇ ଚିକିତ୍ସାଧିନ ଅଛନ୍ତି । ଅଭିଯୁକ୍ତଙ୍କ ଆକ୍ରମଣରେ ସରଣି ନାୟକଙ୍କ ପରିବାର ଅସୁରକ୍ଷିତ ତଥା ଆତଙ୍କିତ ଥିବା ନେଇ ନ୍ୟାୟ ଏବଂ ସୁରକ୍ଷା ପାଇଁ ଥାନାର ଦ୍ୱାରସ୍ଥ ହୋଇଥିବା ସେ କହିଛନ୍ତି । ଏ ସମ୍ପର୍କରେ ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ମହିଳା ଓ ତାଙ୍କ ଝିଅଙ୍କୁ ଆକ୍ରମଣ ଘଟଣା ନେଇ ଲିଖିତ ଅଭିଯୋଗ ହୋଇଛି । ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ । ଏନେଇ ଯୋଡା ଥାନାରେ କେସ୍ ନଂ-୧୬୬/୨୦ ଦଫା-୪୫୨, ୩୨୩, ୩୫୪, ୩୪ ଆଇପିସି ରୁଜୁ ହୋଇଥିବା ପୋଲିସ ସୂଚନା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ