ପ୍ରାଥମିକ ଶିକ୍ଷକ ସଂଘ ବୈଠକ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ହାଟଡିହି ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ନେତା ଶ୍ରୀକାନ୍ତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସଂଘର ସଭାପତି ଦେବାଶିଷ ବାରିକ, ସମ୍ପାଦକ ଜିତେନ୍ଦ୍ର ବେହେରା, ମହାସଚିବ ରାଜକିଶୋର ସ୍ୱାଇଁ ପ୍ରମୁଖ ଯୋଗଦେଇ ଶିକ୍ଷକ ମାନଙ୍କର ଦରମା ଓ ଏରିଅର ସମ୍ପର୍କରେ ଆଲୋଚନା କରାଯିବା ସହିତ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟାକୁ ସଂଘ ମାଧ୍ରମରେ କିପରି କାର୍ଯ୍ୟାଳୟ ସହିତ ଯୋଗାଯୋଗ କରାଯାଇ ସମାଧାନ କରାଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ସଂଘର ସାଂଗଠନିକ କାର୍ଯ୍ୟକଳାପ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ବୈଠକରେ ପୁର୍ଣ୍ଣଚନ୍ଦ୍ର ଓଝା, ମନୋରଞ୍ଜନ ନାୟକ, କେଶବ ଚନ୍ଦ୍ର ପାତ୍ର, ନଳିନୀ କାନ୍ତ ମହାନ୍ତି, ପ୍ରମୋଦ କୁମାର ବେହେରା, ଅକ୍ଷୟ କୁମାର ନନ୍ଦ, ସୁରେନ୍ଦ୍ର ନାୟକ, ନିର୍ମଳ କୁମାର ଭଟ୍ଟାଚାର୍ଯ୍ୟ, ସୁଶାନ୍ତ କୁମାର ଯେନା, ନରେନ୍ଦ୍ର କୁମାର ମହାରଣା, ନାରାୟଣ ମୁଖୀ, ଦେବାଶିଷ ଦାସ, ପ୍ରଭାତୀ ଓଝା, ସ୍ୱଗତିକା ଆୟଚ, ଜୟଶ୍ରୀ ସୁଆର, କ୍ଷେତ୍ରବାସୀ ମିଶ୍ର, ଭାରତୀ ମଲ୍ଲିକ, ପ୍ରଫୁଲ କୁମାର ସାହୁ, ଗଣେଶ୍ୱର ପଣ୍ଡା, ଅଞ୍ଜନ କୁମାର ଦାସ, ବସନ୍ତ କୁମାର ମହାରଣା, ଧର୍ମପଦ ବେହେରା, ଜୟନ୍ତ କୁମାର ସେଠୀଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।


