ସାରଳାପୀଠ ନବୀକରଣ ପାଇଁ ହୋଇଥିବା ଘୋଷଣା ର କାର୍ଯ୍ୟକାରୀ କେବେ

ତିର୍ତୋଲ, (ଅଭିଷେକ ତ୍ରିପାଠୀ):ଜଗତସିଂହପୁରଜିଲ୍ଲା ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠର ନବୀକରଣ ଓ ଉନ୍ନତିକରଣ ନିମନ୍ତେ ଗତ ଜୁନ ଦୁଇତାରିଖ ଦିନ ଓଡିଶାସରକାର ଙ୍କ ତରଫରୁ ପ୍ରଥମପର୍ଯ୍ୟାୟରେ ବାୟାଳିଶକୋଟିଟଙ୍କା ଆର୍ଥିକଅନୁଦାନ ଘୋଷଣା ହେବା ସହିତ ମାତ୍ର ଅଠରମାସ ମଧ୍ୟରେ କାମସମ୍ପୂର୍ଣ କରାଯିବବୋଲି ଘୋଷଣା କରାଯାଇଥିଲା ମାତ୍ର ଦୀର୍ଘ ଛଅମାସ ବିତିଯାଇଥିଲେ ମଧ୍ୟ ଜିଲ୍ଲାପ୍ରଶାସନ ର ସ୍ଥାଣୁତା ଓ ଅପାରଗତା ଯୋଗୁଁ ପୀଠର ସମ୍ପ୍ରସାରଣ ନିମନ୍ତେ ଗୋଟିଏ ଡ଼ିସିମିଲ ଜମି କୁ ନିଜ ଅକ୍ତିଆର କୁ ଆସିପାରିନାହଁ ସାରଳାଠାକୁରାଣୀ ଙ୍କ ପଣ୍ଡାସେବକ ଝଙ୍କଡ଼ରଅଧିବାସୀ ଜିଲ୍ଲାରଅଧିବାସୀ ଙ୍କ ସମେତ ସାରାରାଜ୍ୟର ଲକ୍ଷ୍ୟ ଲକ୍ଷ୍ୟ ଶ୍ରଦ୍ଧାଳୁଭକ୍ତ ବହୂ ଆଶା ଆକାଂକ୍ଷା ନେଇ ସାରଳାପୀଠର ନବକଳେବର ଦେଖିବାକୁ ଉତ୍କଣ୍ଠା ଆବେଗ ର ସହ ଅପେକ୍ଷା କରିଥିବାବେଳେ ଇତିମଧ୍ୟରେ ଦୀର୍ଘ ଛଅମାସ ବିତିଗଲାଣି ମାତ୍ର କୌଣସି କାର୍ଯ୍ୟକ୍ରମ ଆରମ୍ଭ ହୋଇନଥିବାରୁ ସାଧାରଣରେ ଉଦବେଗ ପ୍ରକାଶପାଇଛି ଏଥିନିମନ୍ତେ ପ୍ରଥମେ ରାଜ୍ୟ ଫାଇବଟି ସଚିବ ଭି କାର୍ତ୍ତିକେୟନ ପଣ୍ଡିୟାନ ଓ ପରେପରେ ନିର୍ମାଣବିଭାଗ ସଚିବ ଙ୍କ ପରିଦର୍ଶନ ପରେ କାର୍ଯ୍ୟକ୍ରମ ଖୁବଶୀଘ୍ର ଆରମ୍ଭହେବବୋଲି ସମସ୍ତଙ୍କର ଦୃଢ ଆଶା ଓ ବିଶ୍ୱାସ ଥିଲା ମାତ୍ର ଆଜିପଯ୍ୟନ୍ତ ଏକ୍ଷେତ୍ରରେ ସେମିତିକିଛି କାମ ଆରମ୍ଭହୋଇନଥିବାରୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ପୀଠର ସମ୍ପ୍ରସାରଣ ନିମନ୍ତେ ଯେଉଁମାନଙ୍କୁ ବିସ୍ଥାପିତ କରାଯିବ ସେମାନଙ୍କୁ ଜମି ଯୋଗାଇଦେବାକୁ ନିକଟରେ ବହୂପରିମାଣରେ ସରକାରୀଜମି ଓ ସାରଳାମନ୍ଦିର ଦେବୋତ୍ତର ର ମଧ୍ୟ କାମରେଆସୁନଥିବା ପଣ୍ଡୁଆବିଲ ଆଦି ବହୂ ଭୁସମ୍ପତି ରହିଚି ହୁଏତ ବିସ୍ଥାପିତ ମାନଙ୍କୁ ସେଠାରେ ଗୃହନିର୍ମାଣ ନିମନ୍ତେ ଜମି ଯୋଗାଇଦେଲେ ସମ୍ପ୍ରସାରଣକାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ମାତ୍ର ଏଥିପାଇଁ ଜଗତସିଂହପୁରଜିଲ୍ଲା ପ୍ରଶାସନ ପକ୍ଷରୁ ଆଦୌ ଗୁରୁତ୍ୱ ଦିଆଯାଉନାହଁ ଜିଲ୍ଲାପ୍ରଶାସନ ଓ ଦେବୋତ୍ତର ବିଭାଗ ମଧ୍ୟରେ ବିଧିବଦ୍ଧ ଆଲୋଚନା କରାଯାଇ ଏହାର ଆଶୁସମାଧାନ କରାଯାଇପାରିବ ମାତ୍ର ପ୍ରଶାସନିକଅବହେଳା ଓ ଅଣଦେଖା ଯୋଗୁଁ ସାରଳାପୀଠର ଉନ୍ନତିକରଣ କାର୍ଯ୍ୟକ୍ରମ ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି ଅବସ୍ଥା ସୃଷ୍ଟିହୋଇଛି ଅପରପକ୍ଷ୍ୟରେ ସରକାରଙ୍କ ଘୋଷଣାର ଯଦି ସତ୍ୟତା ଥାଏ ତେବେ ଅଠରମାସ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ ହେବବୋଲି କୁହାଯାଇଥିବାବେଳେ ଛ ମାସ ତ ଗଲାଣି ଆଉ ମାତ୍ର ବର୍ଷକ ମଧ୍ୟରେ କଣ ଏତେବଡ ପ୍ରକଳ୍ପ ସମ୍ପୂର୍ଣ ହୋଇପାରିବ ଦେଖିବାକୁ ବାକିରହିଲା ବାସ୍ତବରେ କେବେଆରମ୍ଭହେଉଛି ସାରଳାପୀଠ ର ଉନ୍ନତିକରଣ କାର୍ଯ୍ୟ ଆଉ କେବେ ଶେଷ ହେବ ଏହାର ସମସ୍ତପ୍ରକ୍ରିୟା ?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ