କଂଗ୍ରେସର ଜୟ ଭାରତ କାର୍ଯ୍ୟକ୍ରମ ନେଇ ଜୟଦେବଙ୍କ ସାମ୍ବାଦିକ ସମ୍ମିଳନୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):କଂଗ୍ରେସର ଗଣତନ୍ତ୍ର ବଞ୍ଚାଅ ପରିପ୍ରେକ୍ଷୀରେ ସମଗ୍ର ଭାରବର୍ଷରେ ହେବାକୁ ଯାଉଥିବା ଜୟ ଭାରତ ସତ୍ୟାଗ୍ରହ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପୁର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଶ୍ରୀ ଜେନା ବିଜେପି ଓ ବିଜେଡି ଉପରେ ବର୍ଷିଛନ୍ତି । ଭାରତରେ ଏବେ ଗଣତନ୍ତ୍ର ଭୁଷୁଡିବାକୁ ବସିଲାଣି । ସେ କହିଛନ୍ତି ଯେ ମୋଦୀ ସରକାର ରନ୍ଧନ ଗ୍ୟାସ, ଡାଲି, ତେଲ ଆଦିର ଦରବୃଦ୍ଧି ସମ୍ପର୍କରେ ରାହୁଲ ଗାନ୍ଧୀ ପଦଯାତ୍ରା ମାଧ୍ୟମରେ ଭାରତବର୍ଷର ଲୋକମାନଙ୍କ ସମ୍ମୁଖରେ ମୋଦୀଙ୍କ ଅସଲ ମୁଖା ଖୋଲିଦେବାପରେ ମୋଦୀ ସରକାର ବ୍ୟସ୍ତ ଓ ବିବ୍ରତ ହୋଇପଡିଛି । ।ହେୁଲଗାନ୍ଧୀ ମୋଦି ସାଙ୍ଗିଆଧାରୀ ଲଳିତ ମୋଦୀ ଓ ନୀରବ ମୋଦୀଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେଇଥିଲେ । ମୋଦି ସରକାର ସମୟରେ ସେମାନଙ୍କୁ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଦେଇଛନ୍ତି । ସେମାନେ ହଜାର ହଜାର କୋଟି ଟଙ୍କା ଭାରତବର୍ଷରୁ ନେଇଯାଇ ବାହାରେ ଲୁଚିଛନ୍ତି । ତେଣୁ ସେମାନଙ୍କ ସମ୍ପର୍କରେ ମନ୍ତବ୍ୟ ଦେବା କଣ ଭୁଲକି ବୋଲି ଶ୍ରୀ ଜେନା ପ୍ରଶ୍ନ କରିଥିଲେ । ସ୍ୱାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ କୌଣସି ନିର୍ବାଚିତ ପ୍ରତିନିଧିଙ୍କୁ ମାନହାନି ମାମଲାରେ ଦୁଇବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇ ନାହିିଁ । କେବଳ ରାହୁଲ ଗାନ୍ଧିଙ୍କୁ ଏହି ଦଣ୍ଡିତ କରିବାର ମାନେ କଣ । ସେହିପରି ରାହୁଲ ଗାନ୍ଧୀ ସଂସଦରେ ଆଦାନି ପ୍ରସଙ୍ଗ ଉତଥାପନ କରିବାର ମାସକ ଭିତରେ ଏହି ଦଣ୍ଡାଦେଶ ହୋଇଛି । ୨୦୧୪ ଠାରୁ ଆଜି ପର୍ଯ୍ୟନ୍ତ ସଂସଦୀୟ ଗଣତନ୍ତ୍ରର ସମସ୍ତ ଖୋଦ ନରେନ୍ଦ୍ର ମୋଦି ଏବଂ ତାଙ୍କର ମନ୍ତ୍ରୀ ଓ ନେତାଗଣ ସଂସଦ ଭିତରେ ଓ ସଂସଦ ବାହାରେ ନଷ୍ଟ କରିବା ସହିତ ବହୁ ଅପଶବ୍ଦ ପ୍ରୟୋଗ କରିଛନ୍ତି । ସୋନିଆ ଗାନ୍ଧୀଙ୍କୁ ବିଧବା କହିବା, ହଲଷ୍ଟିନ ଗାଈ, ବାର ଡ୍ୟାନସର କହିବା, ରାହୁଲ ଗାନ୍ଧୀଙ୍କୁ ପପୁ କହିବା, ଗାନ୍ଧୀ ପରିବାରକୁ ଚୋର କହିବା, ରାହୁଲ ଗାନ୍ଧୀଙ୍କୁ ମିର୍ଜାଫର କହିବା ସହିତ ଗାନ୍ଧୀ ପରିବାର ଚୋର, ଅନ୍ୟ ଦଳର ନାରୀ ନେତ୍ରୀ ମାନଙ୍କୁ ବେଶ୍ୟା କହିବା କେତେଦୁର ଠିକ ଏହା ଦେଶବାସୀ ବିଚାର କରନ୍ତୁ । ଭାରତବର୍ଷର ଷ୍ଟେଟବ୍ୟାଙ୍କ, ଅନ୍ୟାନ୍ୟ ଜାତୀୟକରଣ ବ୍ୟାଙ୍କ, ଏଲଆଇସିର ୧ଲକ୍ଷ ୧୩ହଜାର କୋଟି ଟଙ୍କାରୁ ଉର୍ଦ୍ଧ କେବଳ ଆଦାନୀ ସମୁହ କମ୍ପାନୀରେ ପୁଞ୍ଜି ବିନିଯୋଗ କରାଯାଇଛି । ଏ ସମସ୍ତ ଅର୍ଥ ଭାରତବର୍ଷର କୋଟି କୋଟି ଜନସାଧାରଣଙ୍କର ସଞ୍ଚିତ ଟଙ୍କାକୁ କାହିଁକି ଓ କାହା ଚାପରେ ଏ ସମସ୍ତ କମ୍ପାନୀରେ ବିନିଯୋଗ କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି । ସେହିଭଳି ୨୦୧୪ ପୁର୍ବରୁ ଗୌତମ ଆଦାନୀ ପୃଥିବୀର ୬୦୯ ଧନି ତାଲିକାରେ ତôଲେ । କିନ୍ତୁ ୨୦୨୩ରେ କାହା ସାହାଯ୍ୟରେ ପୃଥିବୀର ଦ୍ୱିତୀୟ ବୃହତମ ଧନୀ ହେଲେ । ୨୦୧୪ ମସିହାରେ ତାଙ୍କର ସମ୍ପତ୍ତି ମାତ୍ର କେଇହଜାର କୋଟି ଟଙ୍କା ଥିବାବେଳେ ଅଳ୍ପ ଦିନ ଭିତରେ କିପରି ୧୨ଲକ୍ଷକୋଟି ଟଙ୍କା ହେଲା । ସେହିପରି ଲଳିତମୋଦି ରାଜସ୍ତାନର ଜଣେ ମାରୱାଡି ସଂପ୍ରଦାୟର । ପିରୁ ମୋଦି ଯିଏକି ପୁର୍ବତନ ସାଂସଦ ଥିଲେ ସେ ଜଣେ ପାର୍ସି, ସଏଦ ମୋଦି ଜଣେ ମୁସଲମାନ ତାହାହେଲେ ସବୁ ମୋଦି କିଭଳି ଓବିସି ହେଲେ । ମୋଦି ସରକାର ଦେଶରେ ମିଛରେ କାହିଁକି ଏଭଳି ଜାତିୟାଣା ଭାବ ସୃଷ୍ଟି କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ବିଚାରାଳୟର ନିଷ୍ପତିକୁ କଂଗ୍ରେସ ମୁଣ୍ଡପାତି ଗ୍ରହଣ କରୁଛି, କିନ୍ତୁ ଘଟଣଶ ଘଟିଥିଲଶ କର୍ଣ୍ଣାଟକରେ, ସୁରଟରେ ସେସନ କୋର୍ଟରେ କାହିଁକି ମାମଲା ଦାୟର କରାଗଲା । ଏହିପରି ଅନେକ ପ୍ରସଙ୍ଗକୁ ନେଇ ଶ୍ରୀ ଜେନା ଉପସ୍ଥାପିତ କରିବା ସହିତ ରାଜ୍ୟ ବିଜେଡି ସରକାର ମଧ୍ୟ ବିଜେପିକୁ ମୁଣ୍ଡପାତି ସମର୍ଥନ ଜଣାଉଛି ବୋଲି କହିଥିଲେ । ଭାରତବର୍ଷର ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନକୁ ବଞ୍ଚାଇବା ପାଇଁ ଯେତେବେଳେ ସମସ୍ତ ବିରୋଧି ଦଳଗୁଡିକ ଏକ ପୃଷ୍ଠଭୁମିରେ ଛିଡା ହେଉଛନ୍ତି ସେତେବେଳେ ବିଜୁ ଜନତାଦଳ କେଉଁଠି । ଗଣତନ୍ତ୍ରକୁ ସୁଦୃଢ଼ କରିବା, ଗଣତାନ୍ତ୍ରିକ ଅନୁଷ୍ଠାନର ମର୍ଯ୍ୟଦା ଓ ସମ୍ମାନ ରଖିବା କଣ ବିଜୁ ଜନତା ଦଳର ଦାୟୀତ୍ୱ ନୁହେଁକି ବୋଲି ଶ୍ରୀ ଜେନା ପ୍ରଶ୍ନ କରିଛନ୍ତି । ଏଥିଲାଗି କଂଗ୍ରେସ ପକ୍ଷରୁ ପ୍ରତି ପଞ୍ଚାୟତ ଓ ଛକ ସ୍ଥାନ ମାନରେ ପଥପ୍ରନ୍ତ ସଭା ମାଧ୍ୟମରେ ଲୋକମାନଙ୍କ ନିକଟରେ ବିଜେପି ଓ ବିଜେଡିର ଅସଲ ମୁଖା ଖୋଲାଯିବ ବୋଲି କଂଗ୍ରେସ ନିଷ୍ପତି ନେଇଛି ବୋଲି ଶ୍ରୀ ଜେନା କହିଛନ୍ତି । ଏହି ସମ୍ବାଦିକ ସମ୍ମିଳନୀରେ ହାଟଡିହି ବ୍ଲକର ଅନେକ କଂଗ୍ରେସ କର୍ମୀ ଓ ସାଧାରଣ ଲୋକ ଉପସ୍ଥିତ ମଧ୍ୟ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ